ଓଡିଶା ଖବର

ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ରେ ଏକ ଦିବସୀୟ ସୁଶାସନ ଦିବସ ପାଳିତ

କଳାହାଣ୍ଡି, ୨୮/୧୨(ଜଗନ୍ନାଥ ନାଏକ, ଏକେଏନ୍ ନ୍ୟୁଜ) : ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ରେ ଏକ ଦିବସୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମ୍ୟୁନିସିପାଲିଟି ର ଚେୟାରମାନ ସଂଯୁକ୍ତା ବେହେରା, ଉପ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜଗଦୀଶ ମୁଣ୍ଡ, ଉପ ଶିଶୁ ମଙ୍ଗଳ ସମିତି ଅଧିକାରୀ ଶ୍ରୀ ଦୁଲାଲ ସେନାପତି, ବି. ଏ ଫ . ଓ ମୃତୁଞ୍ଜୟ ନାଏକ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିଲେ। ଏହା ପରେ ଜିଲ୍ଲା ସଂଯୋଜକ ବର୍ଷାରାନି ଦାଶ ଙ୍କ ଦ୍ଵାରା ମମତା ସଂଗଠନ ଉପରେ ବିସ୍ତାର କରାଯାଇଥିଲା। ଏହା ପରେ ସମସ୍ତ ଅଧିକାରୀମାନେ ସୁଶାସନ ଉପରେ ନିଜ ନିଜର ମତ ରଖିବା ସହିତ ମମତା ସଂସ୍ଥା ର ଏଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପଞ୍ଚାୟତ ବିଭାଗ, ଏବଂ ଶିଶୁ ମଙ୍ଗଳ ସମିତି ବିଭାଗ ର ମୁଖ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହା ସହିତ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜେ ଗ୍ରାମୀଣ ସ୍ତରରେ ଗାଁ କଲ୍ୟାଣ ସମିତି କିଭଳି ସଠିକ୍ ସମଭାବରେ କାର୍ଯ୍ୟ କରିବା। ସେଥିପାଇଁ ଦଳଗତ ଭାବରେ ଆଲୋଚନା କରିବା ସହିତ ତିନି ମାସର ଏକ ଯୋଜନା ବନାଗଲା। ଆଉ ଏହି ସମିତି ରେ କେତେ ଜଣ ସଦସ୍ୟ ରହିବା ଦରକାର , ଗୋଟେ ବର୍ଷରେ କେତେ ଟଙ୍କା ଆସିଥାଏ ଏବଂ ସେ ତାଙ୍କ କୋଉଠି କୋଉଠି ବ୍ୟବହାର କରାଯିବ ସେ ବିଷୟରେ ସମସ୍ତ ସଦସ୍ୟଙ୍କୁ ସମ୍ୟକ୍ ଧାରଣା ଦିଆଗଲା।

ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲା ସଂଯୋଜିକା ବର୍ଷାରାଣୀ ଦାଶ, ସୁପର ଭାଇଯୋର୍ ପାର୍ବତୀ କୁମାରୀ, ଏବଂ ସଂସ୍ଥା ର କର୍ମଚାରୀ ସିଦ୍ଧାର୍ଥ କୁମାର , ଆରତୀ ନାୟକ, ମିନତି ପଟ୍ଟନାକଙ୍କ, ସିମ୍ରନ ଦାସ ଆଦି କାର୍ଯ୍ୟ କରିଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!