ଜିଲ୍ଲା
Trending

ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ ଅନୁବନ୍ଧିତ ରେ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ଉଣେଇସି ବର୍ଷ ରୁ କମ ବୟସ ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍) : ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ ଅନୁବନ୍ଧିତ ରେ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ଉଣେଇସି ବର୍ଷ ରୁ କମ ବୟସ ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା, ସଂଘ ର ସଭାପତି ପ୍ରଦୀପ ଦାସ ଙ୍କ ସଭାପତିତ୍ୱ ରେ ଉଦଘାଟିତ ହୋଇଯାଇଅଛି।ଏହି ପ୍ରତିଯୋଗିତାରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ପ୍ରାୟ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି।ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ସଂଘ ର ସମ୍ପାଦକ ସନ୍ଦିପ ମିଶ୍ର ଓସ.ଏସ.ବି.ଏ ନିରୀକ୍ଷକ ଶୈଳେନ୍ଦ୍ର ଚୌଧୁରୀ ଓ ସିଭମ ଅଗ୍ରୱାଲ ଉପସଭାପତି ଅରୁଣ ରଥ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଇଣ୍ଡିଆନ ପୋଟାସ ଲିମିଟେଡ଼ ର ପ୍ରକଳ୍ପ ମୁଖ୍ୟ ଦୁର୍ଗା ପ୍ରସାଦ ଦ୍ବିବେଦୀ ତାଙ୍କ ସହଯୋଗୀ ପ୍ରିତମ କୁମାର ଦାସ ଙ୍କ ସହ ମଂଚାସୀନ ଥିଲେ I
ଏହି ଅବସର ରେ ଜିଲ୍ଲାପାଳ ଜିଲ୍ଲା ତରଫରୁ ରାଜ୍ୟ ରେ ସର୍ବୋକୃଷ୍ଠ ପ୍ରଦର୍ଶନ ପାଇଁ ଅର୍ପିତ ପଣ୍ଡା ଙ୍କୁ ସମ୍ମାନିତ କରିଥିଲେ।ଏହି ଅବସର ରେ ସଂଘ ର ସମସ୍ତ ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତା ସହଯୋଗ କରିଥିଲେ।ବୈଷୟିକ ବିଭାଗ ଦାୟିତ୍ୱ ରେ ବହନ କରିଥିଲେ ଜୟନ୍ତ ମିଶ୍ର ଓ ତାଙ୍କୁ ସହଯୋଗ କରିଥିଲେ 16 ଜଣ ରାଜ୍ୟ ସ୍ବୀକୃତି ପ୍ରାପ୍ତ ଅଫିସିଆଲ।ଏହି ପ୍ରତିଯୋଗିତା ଟି 27 ତାରିଖ ରୁ 29ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।ଆଜିର ପ୍ରଥମ ମ୍ୟାଚ କଳାହାଣ୍ଡି ର ପିୟୁସ ମିଶ୍ର ଓ ଖୋର୍ଦ୍ଧା ର ବରୁଣ ବିଶ୍ୱାଳ ଙ୍କ ମଧ୍ୟରେ ହୋଇଥିଲା।ଏଥିରେ ପୀୟୂଷ ମିଶ୍ର ୨୧-୧୨,୨୧-୦୯ ସେଟ ରେ ବିଜୟୀ ହୋଇଥିଲେ।
ସଙ୍ଘର ଅନ୍ୟ ମାନଙ୍କ ମଧ୍ୟରେ ସମୀର ସାହୁ, ମନୋରଞ୍ଜନ ଦାସ, ଦୀପକ ସାଗର କୁମାର, ସରୋଜ ମହାରଣା,ପରେଶ ପ୍ରଧାନ, ମନୋଜ ପଣ୍ଡା, ହେମନ୍ତ ମିଶ୍ର, ନାଗେଶ୍ୱର ପଟ୍ଟନାୟକ, ମାଣିକେଶ୍ବରୀ ମହାପାତ୍ର, ସାଇ ସିଂ ସାମନ୍ତ, ମହେଶ କୁକ୍ରେଜା, ଜିତେନ୍ଦ୍ର ମିଶ୍ର, ନରେଶ ସୁନାନୀ, ପାର୍ଥବ ସାହୁ, ଶକ୍ତି ପ୍ରସାଦ ଯୋଶୀ, ଅରୁଣ କୁମାର ସାହୁ, ରାକେଶ ବେମାଲ, ଅନିଶ ହାଁସଦା, ଶିବାଶିଷ ବିଶି, ଅଶୋକ ପତି,ସନ୍ଦୀପ ଦାସ, ଚୁମକି ଭଞ୍ଜ, ସଞ୍ଜୟ ମଲ୍ଲିକ, ରବି ସାହୁ,ଅମିତ ଜୈନ, ନରେନ୍ଦ୍ର ଦାଶ,ସୁନୀଲ ଅଗ୍ରୱାଲ, ଦେବରାଜ ଛତ୍ରିଆ, ଗୌରୀ ଶଙ୍କର ବିଶି, ଶୋଭନ ଦତ୍ତ, ଅଶୋକ ପଣ୍ଡା ତଥା ଅନ୍ୟାନ୍ୟ କର୍ମକର୍ତା ବିଭିନ୍ନ ଦାୟିତ୍ୱମାନ ନେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!