ଓଡିଶା ଖବର

୧୦ ବର୍ଷର ଝିଅ ଶୁଭଲକ୍ଷ୍ମୀ ଜେନା କ୍ୟାନ୍ସର ରୋଗରେ ପୀଡିତ

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ଗ୍ରାମର ଜଗନ୍ନାଥ ଜେନା ଜଣେ ଦିନ ମଜୁରୀଆ ଭାବରେ କାମ କରି ପରିବାର ପ୍ରତି ପୋଷଣ କରନ୍ତି । ତାଙ୍କର ତିନୋଟି ଝିଅ ଦୁଃଖର ବିଷୟ ମଝିଆ ଝିଅ ଶୁଭ ଲକ୍ଷ୍ମୀ ବୟସ ୧୦ ହୋଇଥିବା ବେଳେ ସେ ଏବେ ବ୍ଲଡ଼ କ୍ୟାନ୍ସର ରେ ପୀଡିତ ଥିବା ଜଣା ପଡିଛି ଘରର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଝିଅର ମେଡିକାଲ ଖର୍ଚ୍ଚ ପାଇଁ ବାପା ଚିନ୍ତିତ ହୋଇ ପଡ଼ିଥିବା ବେଳେ ଦେବଦୂତ ସାଜି ଶୁଭ ଲକ୍ଷ୍ମୀ ଙ୍କ ପାଖରେ ପହଞ୍ଚି ଥିଲେ ଓଁକାର ଫାଉଣ୍ଡେସନ କୃଷ୍ଣ ପ୍ରସାଦ ସଭାପତି..ସୁବାସ ଚନ୍ଦ୍ର ପଲେଇ,ସମ୍ପାଦକ..ଗଗନ ବିହାରୀ ଜେନା ,କୋଷାଧ୍ୟକ୍ଷ..ପ୍ରଦୀପ କୁମାର ଦଳେଇ ଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ହୋଇ ତାଙ୍କ ଘରକୁ ଯାଇ ସ୍ଥିତି ପରଖିବା ପରେ ଦୁଆର ଦୁଆର ବୁଲି ଶୁଭ ଲକ୍ଷ୍ମୀ ଙ୍କ ଜୀବନ ବଞ୍ଚାଇବା ପାଇଁ ଭିକ୍ଷା କରି ତାଙ୍କୁ କିଛି ଅର୍ଥ ସାହାଯ୍ୟ କରିଥିଲେ । ଏବଂ ପରିବାରକୁ ସାନ୍ତ୍ଵନା ଦେଇ ଆସିଥିଲେ ଏହିଭଳି ମହତ୍ କାର୍ଯ୍ୟ କରିଥିବା ହେତୁ ଓଁକାର ଫାଉଣ୍ଡେସନ କୁ ଅନେକ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା । ସରକାରଙ୍କ ପକ୍ଷରୁ କିଛି ଅର୍ଥ ସାହାଯ୍ୟ ହେଲେ ଶୁଭ ଲକ୍ଷ୍ମୀ ଙ୍କ ଜୀବନ ବଞ୍ଚାଇବା ରେ ସହାୟକ ହୋଇ ପାରିବ ବୋଲି ଗ୍ରାମବାସୀ ତଥା ପରିବାର ଅନୁରୋଧ କରିଛନ୍ତି ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!