ଓଡିଶା ଖବର

ଧର୍ମଗଡ ପୂର୍ତ୍ତ ବିଭାଗରେ ଚାଲିଥିବ ଅନିୟମିତତା ଓ ମୁକୁଳା ଡ୍ରେନ ରେ ଢାଙ୍କୁଣି ଦାବିରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଓ କଲେ ଧର୍ମଗଡ ବାସୀ।

ଧର୍ମଗଡ ପୂର୍ତ୍ତ ବିଭାଗରେ ଚାଲିଥିବ ଅନିୟମିତତା ଓ ମୁକୁଳା ଡ୍ରେନ ରେ ଢାଙ୍କୁଣି ଦାବିରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଓ କଲେ ଧର୍ମଗଡ ବାସୀ।

କଳାହାଣ୍ଡି ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ ର MCH ସମ୍ମୁଖରେ ଥିବା ଡ୍ରେନ ରେ ଢାଙ୍କୁଣି ଦାବିକରି ଆଜି ଧର୍ମଗଡ ପୂର୍ତ୍ତ ବିଭାଗ ଅଫିସ ଘେରାଓ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଧର୍ମଗଡ ଠାରେ କୋଟିକୋଟି ଟଙ୍କା ବ୍ୟୟରେ MCH ନିର୍ମାଣ କରାଯାଇଥିବା ବେଳେ ତାର ସମ୍ମୁଖରେ ଥିବା ଡ୍ରେନ ନିର୍ମାଣ ଏବଂ ଏହାର ସୁରକ୍ଷା ପାଇଁ ବିଭାଗ କର୍ଣାପାତ କରୁନାହାନ୍ତି ।ଏଣୁ ଆଜି ଧର୍ମଗଡ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ନେତୃତ୍ଵରେ ସ୍ଥାନୀୟ ଜନସାଧାରଣ ଅଫିସ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରୁଛନ୍ତି।
କୋଟି କୋଟି ଟଙ୍କା ବ୍ୟୟରେ MCH ନିର୍ମାଣ ହୋଇଥିଲେ ହେଁ ଖରାଦିନରେ ଅସରାଏ ବର୍ଷା ହେଲେ ପାଣି ଗଲୁଛି ତେବେ ବର୍ଷା ଦିନରେ ଏହାର ଅବସ୍ଥା କଣ ହେବ ଓ ଏଥିରେ ହୋଇଥିବା ନିମ୍ନ ମାନର କାମର ଉଚ୍ଚସ୍ତରୀୟ ତଦନ୍ତ ସହ ଦୀର୍ଘ ବର୍ଷ ଧରି ଧର୍ମଗଡ ରେ ଅବସ୍ଥାପିତ ଥିବା ଏସ ଡି ଓ ଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବୀ ହୋଇଛି। ପୁନଶ୍ଚ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ MCH ସମ୍ମୁଖରେ ଥିବା ଡ୍ରେନ ରେ ଢାଙ୍କୁଣି ନିର୍ମାଣ କରାଯାଇ ନ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି।
ଏହାର ଶୀଘ୍ର ପ୍ରତିକାର ନକଲେ ପ୍ରତିବାଦ ସ୍ୱର ତୀବ୍ର ରୂପ ନେବ ଓ ଆମରଣ ଅନଶନ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ତ୍ତ ବିଭାଗର ଅଧିକାରୀ ମାନେ ଫୋନ ଯୋଗେ ସମସ୍ୟାର ସମାଧାନ ପାଇଁ ଆଶ୍ଵାସନା ଦେବା ସହ ମୁକୁଳା ଡ୍ରେନ ରେ ଢାଙ୍କୁଣି ଲଗାଇବା କାର୍ଯ୍ଯ ଆରମ୍ଭ ହେବା ପରେ ଆନ୍ଦୋଳନ କୁ ପ୍ରତ୍ୟାହାର କରି ନିଆଯାଇଛି।

Dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!